[go: up one dir, main page]

Jump to content

ସୁନ୍ଦର ପିଚାଇ

ଉଇକିପିଡ଼ିଆ‌ରୁ
Sundar Pichai
பிச்சை சுந்தரராஜன்
Pichai in 2023
ଜନ୍ମ
Pichai Sundararajan

(1972-07-12) ୧୨ ଜୁଲାଇ ୧୯୭୨ (ବୟସ ୫୨)
ଶିକ୍ଷାନୁଷ୍ଠାନIIT Kharagpur (B.Tech)
Stanford University (M.S.)
The Wharton School (MBA)
ବୃତ୍ତିCEO of Google[]
ଚାକିରିକ୍ଷେତ୍ରGoogle Inc.
ବୈବାହିକ-ସାଥୀAnjali Pichai

ପିଚାଇ ସୁନ୍ଦରରାଜନ୍ (ଜନ୍ମ: ୧୨ ଜୁଲାଇ ୧୯୭୨, ସୁନ୍ଦର ପିଚାଇ ନାମରେ ପରିଚିତ) ଭାରତୀୟ ବଂଶୋଦ୍ଭବ ଆମେରିକୀୟ ବ୍ୟବସାୟ କାର୍ଯ୍ୟନିର୍ବାହୀ । ସେ ଆଲଫାବେଟ୍ ଇନକର୍ପୋରେଟେଡ୍ ଏବଂ ଏହାର ସହାୟକ ସଂସ୍ଥା ଗୁଗୁଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ।

ସେ ଜଣେ ମ୍ୟାଟେରିଆଲ ଇଞ୍ଜିନିୟର ଭାବରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ମ୍ୟାନେଜମେଣ୍ଟ କନସଲଟିଂ ଫାର୍ମ ମ୍ୟାକିଞ୍ଜି ଆଣ୍ଡ କମ୍ପାନୀରେ ଅଳ୍ପ ସମୟ ରହିବା ପରେ ସେ ୨୦୦୪ରେ ଗୁଗୁଲରେ ଯୋଗ ଦେଇଥିଲେ ।[] ସେଠାରେ ସେ ଗୁଗୁଲ କ୍ରୋମ ଏବଂ କ୍ରୋମଓଏସ ସମେତ ଗୁଗୁଲର କ୍ଲାଏଣ୍ଟ ସଫ୍ଟୱେର ଉତ୍ପାଦସମୂହର ପରିଚାଳନା ଏବଂ ଉଦ୍ଭାବନର ନେତୃତ୍ୱ ନେଇଥିଲେ ଏବଂ ଗୁଗୁଲ ଡ୍ରାଇଭ ପାଇଁ ମୁଖ୍ୟତଃ ଦାୟୀ ଥିଲେ । ଏହାବ୍ୟତୀତ ସେ ଜିମେଲଗୁଗୁଲ ମ୍ୟାପ୍ସ ଭଳି ଅନ୍ୟନ୍ୟ ଆପ୍ଲିକେସନର ବିକାଶ ତଦାରଖ କରିଥିଲେ । ୨୦୧୦ରେ ପିଚାଇ ଗୁଗୁଲଦ୍ୱାରା ନୂତନ ଭିଡିଓ କୋଡେକ ଭିପି୮ର ଓପନ ସୋର୍ସିଂ ଘୋଷଣା କରିଥିଲେ ଏବଂ ନୂତନ ଭିଡିଓ ଫର୍ମାଟ ୱେବଏମ ଆରମ୍ଭ କରିଥିଲେ । କ୍ରୋମବୁକ ୨୦୧୨ରେ ମୁକ୍ତିଲାଭ କରିଥିଲା । ୨୦୧୩ମସିହାରେ ପିଚାଇ ଗୁଗୁଲ୍ ଉତ୍ପାଦ ତାଲିକାରେ ଆଣ୍ଡ୍ରଏଡ଼କୁ ଯୋଡ଼ିଥିଲେ ।

ପ୍ରାଥମିକ ଜୀବନ

ପିଚାଇ ଭାରତର ତାମିଲନାଡୁର ମଦୁରାଇଠାରେ ଏକ ତାମିଲ ପରିବାରରେ[][] ଜନ୍ମଗ୍ରହଣ କରିଥିଲେ ।[][][] ତାଙ୍କ ମାତା ଲକ୍ଷ୍ମୀ ଜଣେ ଷ୍ଟେନୋଗ୍ରାଫର ଥିଲେ ଏବଂ ତାଙ୍କ ପିତା ରେଗୁନାଥ ପିଚାଇ ବ୍ରିଟିଶ କମ୍ପାନି ଜିଇସିରେ ଇଲେକ୍ଟ୍ରିକାଲ ଇଞ୍ଜିନିୟର ଥିଲେ । ତାଙ୍କ ପିତାଙ୍କର ଏକ ବୈଦ୍ୟୁତିକ ଯନ୍ତ୍ରାଂଶ ଉତ୍ପାଦନ କାରଖାନା ମଧ୍ୟ ଥିଲା ।[][]

ପିଚାଇ ଚେନ୍ନାଇର ଅଶୋକ ନଗରର ଜବାହର ବିଦ୍ୟାଳୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଦ୍ୟାଳୟ ଶିକ୍ଷା ଶେଷ କରିଥିଲେ[୧୦] ଏବଂ ଭାରତୀୟ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ ମାଡ୍ରାସର ବନବାଣୀ ବିଦ୍ୟାଳୟରୁ ଦ୍ୱାଦଶ ଶ୍ରେଣୀ ଶେଷ କରିଥିଲେ ।[୧୧][୧୨] ପରେ ସେ ଭାରତୀୟ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ ଖଡ଼ଗପୁରରୁ ମେଟାଲର୍ଜିକାଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିଲେ । ସେ ସେହି ଅନୁଷ୍ଠାନର ଜଣେ ବିଶିଷ୍ଟ ପୂର୍ବତନ ଛାତ୍ର ।[୧୩] ସେ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନ ଏବଂ ଇଞ୍ଜିନିୟରିଂରେ ଏମଏସ ଏବଂ ପେନସିଲଭାନିଆ ବିଶ୍ୱବିଦ୍ୟାଳୟର ୱାର୍ଟନ ସ୍କୁଲରୁ ଏମବିଏ ଡିଗ୍ରୀ ହାସଲ କରିଥିଲେ ।[୧୪] ସେଠାରେ ତାଙ୍କୁ ଯଥାକ୍ରମେ ସିବେଲ ସ୍କଲାର ଏବଂ ପାଲମର ସ୍କଲାର ନାମ ଦିଆଯାଇଥିଲା ।[୧୫][୧୬][୧୭]

ବୃତ୍ତିଗତ ଜୀବନ

ସୁନ୍ଦର ପିଚାଇ ଅପ୍ଲାଏଡ଼ ମ୍ୟାଟେରିଆଲସଠାରେ ବୈଷୟିକ ବିଜ୍ଞାନ ଏବଂ ପ୍ରଡକ୍ଟ ମ୍ୟାନେଜମେଣ୍ଟ କ୍ଷେତ୍ରରେ ଏବଂ ମ୍ୟାକିଞ୍ଜି ଆଣ୍ଡ କମ୍ପାନୀରେ ମ୍ୟାନେଜମେଣ୍ଟ କଂସଲଟିଙ୍ଗ କ୍ଷେତ୍ରରେ କାମ କରିସାରିଛନ୍ତି ।

ଗୁଗୁଲ

ପିଚାଇ ୨୦୦୪ରେ ଗୁଗୁଲରେ ଯୋଗ ଦେଇଥିଲେ । ସେଠାରେ ସେ ଉତ୍ପାଦ ପରିଚାଳନା ଏବଂ ଉଦ୍ଭାବନ କ୍ଷେତ୍ରରେ କାମ କରିଥିଲେ, ଯେଉଁଥିରୁ ଗୁଗୁଲ କ୍ରୋମ୍ ଏବଂ କ୍ରୋମ୍ ଅପରେଟିଂ ସିଷ୍ଟମ ଅନ୍ୟତମ । ଗୁଗୁଲ ଡ୍ରାଇଭରେ ମଧ୍ୟ ତାଙ୍କର ବହୁତ ଅବଦାନ ରହିଛି । ଏହା ପରେ ସେ ଗୁଗୁଲର ଅନ୍ୟ ଉତ୍ପାଦର ଉତ୍ପାଦନରେ ଯୋଗଦେଇଥିଲେ । ୧୯ ନଭେମ୍ବର, ୨୦୦୯ରେ ସେ କ୍ରୋମ୍ ଅପରେଟିଂ ସିଷ୍ଟମ ଏବଂ କ୍ରୋମ୍ ବୁକ ସମ୍ପର୍କରେ ବିଶ୍ୱ ବାସୀଙ୍କୁ ଜଣାଇ ଥିଲେ ।

୧୩ ମାର୍ଚ୍ଚ, ୨୦୧୩ରେ ପିଚାଇଙ୍କ କର୍ମ ଜୀବନରେ ଆଣ୍ଡ୍ରୋଏଡର ଆଗମନ ହୋଇଥିଲା । ୧୦ ଅଗଷ୍ଟ, ୨୦୧୫ରେ ସେ ଗୁଗୁଲର ସି.ଇ.ଓ. ଭାବେ ଯୋଗଦେଇଥିଲେ ।

ବ୍ୟକ୍ତିଗତ ଜୀବନ

ସୁନ୍ଦର ପିଚାଇ ଅଞ୍ଜଲୀ ହାରିୟାଣୀଙ୍କୁ ବିବାହ କରିଛନ୍ତି, ଯେକି ତାଙ୍କର ସହପାଠୀ ଏବଂ ଭାରତୀୟ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ ଖଡ଼ଗପୁରରୁ ରସାୟନ ବିଜ୍ଞାନର ଛାତ୍ର । ସୁନ୍ଦର ପିଚାଇଙ୍କର ଦୁଇଟି ସନ୍ତାନ ସନ୍ତତୀ ଅଛନ୍ତି ।

ଆଧାର

  1. "India-born Sundar Pichai is new CEO of Google". The Times of India. Retrieved 13 August 2015.
  2. "Sundar Pichai | Biography, Google, & Facts". Encyclopedia Britannica (in ଇଂରାଜୀ). Retrieved April 20, 2021.
  3. https://www.india.com/author/newsdesk. "What Is The Caste Controversy That Google Finds Itself In?". www.india.com (in ଇଂରାଜୀ). Retrieved 2023-08-18. {{cite web}}: |last= has generic name (help); External link in |last= (help)
  4. "Androids and Brahmins | Deccan Herald". web.archive.org. 2022-06-19. Archived from the original on 2022-06-19. Retrieved 2023-08-18.{{cite web}}: CS1 maint: bot: original URL status unknown (link)
  5. Vaitheesvaran, Bharani; Elizabeth, Shilpa (August 12, 2015). "The rapid climb of Sundar Pichai to technology peak: From school days to Silicon Valley". The Economic Times. Archived from the original on February 3, 2016. Retrieved January 12, 2016.
  6. "Sundar Pichai | Biography, Google, & Facts". Encyclopedia Britannica (in ଇଂରାଜୀ). Retrieved March 14, 2021.
  7. Charlie, Adith (August 11, 2015). "Google gets new parent Alphabet; Sundar Pichai becomes CEO of Google". VCCircle. Archived from the original on March 6, 2018. Retrieved March 6, 2018.
  8. "A shy, quiet boy who loved science". Bennett, Coleman & Co. Ltd. Mumbai Mirror. Archived from the original on August 15, 2015. Retrieved August 12, 2015.
  9. "Ten things about Sundar Pichai". dailyo.in. ଅଗଷ୍ଟ 11, 2015. Archived from the original on ଅଗଷ୍ଟ 15, 2015. Retrieved ଅଗଷ୍ଟ 11, 2015.
  10. "From Chennai to California: Google CEO Sundar Pichai's back breaking efforts towards success". India Today. December 20, 2016. Retrieved September 9, 2021.
  11. "Sundar Pichai, a quiet boy". The Hindu.
  12. "School mates talk about Sundar Pichai". The Hindu. Archived from the original on August 14, 2015. Retrieved August 14, 2015.
  13. "Chennai's Sundar Pichai is dark horse". indiatimes.com. February 2, 2014. Archived from the original on March 6, 2015. Retrieved October 26, 2014.
  14. Lakshman, Narayan (August 11, 2015). "The rise and rise of Sundar Pichai". The Hindu. Archived from the original on March 31, 2016. Retrieved August 11, 2015.
  15. ଆଧାର ଭୁଲ: ଅଚଳ <ref> ଚିହ୍ନ; britannica ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  16. Siebel Scholars Archived March 21, 2013, at the Wayback Machine.. Siebel Scholars. Retrieved on August 23, 2013.
  17. Cooper, Charles (March 13, 2013). "Sundar Pichai:Seven prominent Indian-origin people in global IT world". CNET. Archived from the original on October 18, 2013. Retrieved March 14, 2013.